Unknown

 

 

 

 

 

 

 

 

 

କ୍ରୂରାଶିନୀ ଜଣାଣ

ହରିଚନ୍ଦନ ଜଗଦେବ

 

ଦୁର୍ଗାଂ ଦୁର୍ଗତିନାଶିନୀଂ ଦଶଭୁଜା ମର୍ଦ୍ଧେନ୍ଦୁଶୀ-

ର୍ଷୋଜ୍ୱଳାଂ । ଶଙ୍ଖାର୍ଯ୍ୟଙ୍କୁଶପାଶଚାପପବିଶିଖାନ୍

କୁଣ୍ଡିଚ୍ଛୁରୀଧାରିଣୀଂ । ଧ୍ୟାୟେତ୍କେଶରୀବାହିନୀଂ

ତ୍ରିନୟନାଂ ଶୂଳପ୍ରଭନ୍ନୀକୃତାଂ । ମାହିଷାବୟବା

ସ୍ତୁତା ସୁରଗଣୌ କ୍ରୂରାଶିନୀଂ ବ୍ରାମହଂ ।

(୧)

କରି ତତେ ଭରସା, କାହିଁକି ଏ ଦୁର୍ଦ୍ଦଶା,

କରାଉଅଛି ଲୋକହସା ।

କରିଅରିବାହିନୀ, କିଞ୍ଚିତେ ଚିତ୍ତେ ଘେନି,

କୃପାମ୍ବୁ ମୋ ପରେ ବରଷା ଗୋ । କ୍ରୂରାଶିନୀ ।

କରୁଣାମୟୀତ ବୋଲାଉ । କାର୍ପଣ୍ୟ ଜନଠାରେ ଆଉ ।

କଲେ ଅଣଆଦର, କରିବାକୁ ଆଦର,

କେ ଅନ୍ୟ ଅଛି କହ ଖର ଗୋ । କ୍ରୂରାଶିନୀ ।

(୨)

ଖଣ୍ଡ ପରଶୁପାଣି, ହୃଦ ପରଶୁମଣି,

ଖଣ୍ଡି ମୋ ଏ ଘୋର ବିପତ୍ତି ।

ଖଟଣି ପରି ହେଳେଁ, ଖଟାଇ ପଦତଳେ,

ରଖାଅ ମୋତେ ପ୍ରତିଦିନ ଗୋ । କ୍ରୂରାଶିନୀ ।

ଖଚର ଦୋଷୁ ଏତେ ସରି । ଖରାପ ହୋଇ ଦୁଃଖ ସରି ।

ତରେ ଭାସିଣ ସରି, ଯାଉଛି ମୋ ଗୁହାରି,

ଖରେ ନ ଶୁଣ ଯା ଆହୁରି ଗୋ । କ୍ରୂରାଶିନୀ ।

(୩)

ଗଞ୍ଜି ହେଉଛି ଯେତେ, ଗୁପତେ ତାହା କେତେ,

କହି ମୁଁ ପାରିବି କି ଗର୍ବ- । ଗଞ୍ଜନି ଗଙ୍ଗାଧର,

ଗଳା ରତନ ହାର, ଗପନ ମଣଟି ଏ ସର୍ବ ଗୋ । କ୍ରୂରାଶିନୀ ।

ଗତି ମୁକ୍ତିଦାୟିନୀ ହୋଇ । ଗତିକି ନ କର କିପାଇଁ ।

ଗହନ କାନନର, ଗଣ ବଣା ଚାମର,

ପରି ଏବେ ହେଉଛି ମୁହିଁ ଗୋ । କ୍ରୂରାଶିନୀ ।

(୪)

ଘନ ପଦବୀ ମଣି, ଧାରୀ ମନୋହାରିଣୀ,

ଘନ ପାଷାଣ୍ଡ ପତି ମାତ ।

ଘେନି ମୋହର ସ୍ତୁତି, ଘୁଞ୍ଚାଅ ଏ ଦୁର୍ଗତି,

ଘୃଣା ସହିତରେ ତୁରିତ ଗୋ । କ୍ରୂରାଶିନୀ ।

ଘଟିକେ ଯେବେ କୃପା ହୋନ୍ତା । ଘୂର୍ଣ୍ଣିତ ହୋଇ ମନଚିନ୍ତା ।

ଘୃତ ଦୀଧିତିରେ ଏ, ଘଟ ସଡ଼ ଅଥୟେ,

କିପାଁ ଏପରି ହେଉଥାନ୍ତା ଗୋ । କ୍ରୂରାଶିନୀ ।

 

(୫)

ନଗ ରାଜନନ୍ଦିନୀ, ନାଗକର୍ଣ୍ଣ ଜନନୀ,

ନାଗଭୂଷଣ ମନୋହାରୀ ।

ନିରଖରେ ଏପରି, ନିର୍ଦ୍ଦୟାକୁ ନ କୃରି,

ନିମିଷେ ଶୁଣ ଏ ଗୁହାରୀ ଗୋ । କ୍ରୂରାଶିନୀ ।

ନବ ନଳିନ ପଦତଳେ । ନିରାଶ୍ରୟକୁ ଆଶ୍ରାବଳେ ।

ନ ଦେଲେ ଏହି ଥର, ନବ ଖଚରଙ୍କର,

ପୀଡ଼ାରୁ ବଞ୍ଚିବ କି ବେଳେ ଗୋ । କ୍ରୂରାଶିନୀ ।

(୬)

ଚଦିରାରି ବାହିନି, ଚଦିରଜିତାନନୀ,

ବଦିର ଭୂଷଣ ବଲ୍ଲଭୀ ।

ଚଞ୍ଚଳ ଚକ୍ଷୁକୋଣେ, ଚାହିଁଦେଲେ ତକ୍ଷଣେ,

ଚିନ୍ତା ଚିତ୍ତା ଯାନ୍ତାତ ଲିଭି ଗୋ । କ୍ରୂରାଶିନୀ ।

ଚିତ୍ର ଶିଖଣ୍ଡୀ କୁଶପାଣି । ଚିତ୍ର ଶିଖଣ୍ଡି ଜାଦି ପୁଣି ।

ଚିତ୍ତରେ ଚିନ୍ତି ତବୁ, ଚରଣର ଗୌରବ,

ଚିହ୍ନି ନାହାନ୍ତି ପରା ଜାଣି ଗୋ । କ୍ରୂରାଶିନୀ ।

(୭)

ଛଡ଼ାନନ ଜନନୀ, ଛଅର୍ଦ୍ଧାକ୍ଷ ମୋହିନୀ,

ଛିଦ୍ର ଦଶା ବେଳେ ଏପରି ।

ଛଦ୍ମ ବୁଦ୍ଧିକି ଧରି, ଛାଡ଼ିବ ଯଦି ସରି ଯିବଟି

ହୋଇ କେତେ ସରି ଗୋ । କ୍ରୂରାଶିନୀ ।

ଛଛନ୍ଦେ କହି ମନୁ ମୋର । ଛଡ଼ାଅ ସଂଶୟ ସତ୍ୱର ।

ଛନକେ ସଡ଼ିନିଟ, ଛଟପଟ ନିପଟ,

ହେଉଅଛିଟି ବାରମ୍ବାର ଗୋ । କ୍ରୂରାଶିନୀ ।

(୮)

ଜୀମୂତ ସୁକୁମାରୀ, ଜୀମୂତକେଶୀ ଗୌରୀ,

ଜୀମୂତ ସମ୍ପତ୍ତି ପ୍ରଦାତ୍ରୀ । ଜନିତ କ୍ଳେଶ କୋଟି,

ଜୀମୂତ ପରି ଘୋଟି, ପକାଉଅଛି ଦିବାରାତ୍ରି ଗୋ । କ୍ରୂରାଶିନୀ ।

ଜଟିଳ ହୋଇ କୋ ଖଚର । ଯେତେ କରୁଛି ନାରଖାର ।

ଜଟିଳାଶନ ଏବେ, ଜଟିଳ ଭାବ ଯେବେ,

ବହିବ କି ଗତି ବା ମୋର ଗୋ । କ୍ରୂରାଶିନୀ ।

(୯)

ଝୁରି ନେତ୍ରୁ ଅଧିକ, ଝରୁଅଛି ଲୋତକ,

ଝିମଟେ ହେଲେ ନୋହି ବନ୍ଦ । ଝାଡ଼ବାସୀ ମୋହିନୀ,

ଝାଡ଼ପତି ବାହିନୀ, ଝଟତି ଫେଡ଼ ମାୟାଫାନ୍ଦ ଗୋ । କ୍ରୂରାଶିନୀ ।

ଝଞ୍ଜକାରୁ ଜନିତ ଦୁଃଖ । ଝର ସୁତାରେ ଭାସେ ଦେଖ ।

ଝଟିକା ଭାବ ଯଦି, ଧରିବେ କଫ ଆଦି,

ରହିବ କି ବା ଜୀବ ବୃକ୍ଷ ଗୋ । କ୍ରୂରାଶିନୀ ।

(୧୦)

ନୀଳକଣ୍ଠ ମୋହିନୀ, ନୀଳକଣ୍ଠ ଲୋଚନୀ,

ନୀଳ କଣ୍ଠ ଆରୂଢ଼ ମାତ ।

ନିରଖ ମୋ ପରିରେ, ନଥିବ କେ ତ୍ରିପୁରେ,

ନିରେଖି ଖୋଜିଲେ ନିରତ ଗୋ । କ୍ରୂରାଶିନୀ ।

ନାହିଁ ମୋ ଏଥର ଆୟତ୍ତ । ନ ଦିଶେ ଧୀରାହା କିଞ୍ଚିତ ।

ନିର୍ଦ୍ଦୟେ ବା ଏବତ, ନ ରଖିଲେ ତୁରିତ,

ନିଶ୍ଚେଁ ହେବଟି ଜୀବେ ହତ ଗୋ । କ୍ରୂରାଶିନୀ ।

(୧୧)

ଟିକାକୁ ହୋଇ ଛନ୍ନ, ଟଳ ଟଳ ଏ ମନ,

ହୁଏ କିଞ୍ଚିତ ନୋହି ଥୟ ।

ଟାକି ଟାକି ଏ ପାପ, ଟୋପେ ହେଲେ ନିକ୍ଷେପ,

ଟେକି ପଶାଦି ହେବ କ୍ଷୟ ଗୋ । କ୍ରୂରାଶିନୀ ।

ଟିକାଏ ନକର ବିଳମ୍ବ । ଟାଳ ଦୁଃଖ ହୋଇ ଆଲମ୍ବ ।

ଟଳିଗଲେ ଏ ଜୀବ, ଟାହି ସିନା ପାଇବ,

ଟହକହାସି କରି ଶମ୍ବ ଗୋ । କ୍ରୂରାଶିନୀ ।

(୧୨)

ଠାକୁରାଣୀ ହୋଇଣ, ଠକ ପଣ ଧରିଣ,

ଠକା ଠକି କଲେ ଏପରି ।

ଠଉରାଇ କେ ତବ, ଠଉରକୁ ପାଇବ

ଠିକଣା ନ ପାନ୍ତିତ ହରି ଗୋ । କ୍ରୂରାଶିନୀ ।

ଠାବ ନାହିଁତ କୋ ପ୍ରକାର । ଠଉରିବି ମୁଁ ଅବା ଆର ।

ଠଣ ସୁନ୍ଦର ପଦ, ଠିକେ ଏକା ସମ୍ପଦ,

ଅଟେ ଚନ୍ଦ୍ରଚୂଡ଼ାମଣିର ଗୋ । କ୍ରୂରାଶିନୀ ।

(୧୩)

ଡମ୍ବରୁଧରବାମା, ଡମ୍ବରୁ ସୁମଧ୍ୟମା,

ଡମ୍ବରୁବାଦ୍ୟ ପ୍ରମୋଦିତା ।

ଡରେ ଆତୁର ହୋଇ, ଡାକିଲେ କର୍ଣ୍ଣ ଦୁଇ,

ଡେରି ନ ଶୁଣ କି ପାଇଁ ତା ଗୋ । କ୍ରୂରାଶିନୀ ।

ଡୁବିଯିବ ବା ବୋଲି ଭେଳା । ଡୁଇଁ ହେଉଛି ଦେଖି ହେଳା,

ଡକା ଶୁଣିଣ ବାରେ, ଡୌଲ ଅଂଘ୍ରିସେବାରେ,

ରଖ ମତେ ସୁଖେ ବିମଳା ଗୋ । କ୍ରୂରାଶିନୀ ।

(୧୪)

ଢଳହଳଈକ୍ଷଣି, ଢଳଢଳ ହେଲାଣି,

ଢଳ ପଡ଼ିବାକୁ ଜୀବନ ।

ଢାଳେ ହେଲେ କୃପାରେ, ଢାଙ୍କି ପଣନ୍ତ ଖରେ,

ରଖ ମୃତ୍ୟୁ ମୁଖୁ ନିଦାନ ଗୋ । କ୍ରୂରାଶିନୀ ।

ଢୁଳାଇଲା ପରି ହୁଅଇ । ଢକ୍କାର ହଠାତ୍‌ ଆସଇ ।

ଢୋକେ ଚରଣୋଦକ, ଢୋକାଇ ଏ କ୍ଷଣିକ,

ପ୍ରାଣକୁ କର ଚିରସ୍ଥାୟୀ ଗୋ । କ୍ରୂରାଶିନୀ ।

(୧୫)

ଅନଙ୍ଗାରିମୋହିନୀ, ଅଣିମାଦି ଦାୟିନୀ,

ଅଖିଳ ନିଖିଳ କାରିଣୀ ।

ଅଖଣ୍ଡ ଆଖଣ୍ଡଳେ, ଅଛି କେ ଦୁଃଖଜଳେ,

ବୁଡ଼ି ତବ ନାମକୁ ଗୁଣି ଗୋ । କ୍ରୂରାଶିନୀ ।

ଅଘମରକ୍ଷଣୀ ବୋଲାଇ । ଅଘ ମୋ ନ ନାଶ କିପାଇଁ ।

ଅରିମାରଣେ ଅରି, ଅବଲମ୍ବନ କରି ଅଛତ

ଈଷ୍ଟଦେବୀ ହୋଇ ଗୋ । କ୍ରୂରାଶିନୀ ।

(୧୬)

ତପନିୟ ପର୍ବତ, ତନୟା ଆଦିମାତ,

ତିଳେ ଯଦି କୃପା ନ ହେବ ।

ତମୋ ବିକାର ମମ, ତନୁକୁ କରି କ୍ଷାମ,

ତନୁଭୂତକୁ କି ରଖିବ ଗୋ । କ୍ରୂରାଶିନୀ ।

ତ୍ରିବର୍ଗଦାୟିନୀ ବୋଲିଣ । ତବ ତାମରସଚରଣ ।

ତଳେ ପଶି ଶରଣ, ତ୍ରିମଦରୁ ତତ୍‌କ୍ଷଣ,

ତରିବାକୁ କରେ ଜଣାଣ ଗୋ । କ୍ରୂରାଶିନୀ ।

(୧୭)

ଥରି ବପୁ ମାନସ, ଥୟ ନୁହେତ ଲେଶ,

ଥକା ହୋଇଣ ପ୍ରତିବାସ ।

ଥାଉ ଥାଉ ଏ ଜୀବ, ଥାପିରେ କହ ଜବ,

ବିଷୟ ଆମୂଳେ ବିନାଶ ଗୋ । କ୍ରୂରାଶିନୀ ।

ଥରେ ସମ୍ପ୍ରତି ସଂପ୍ରୀତିରେ । ଥାପ ନ ରଖିଲେ ସେବାରେ ।

ଥକା ମରା ହୋଇଣ, ଥିବାର କି କାରଣ,

ଏ ନିତ୍ୟ ରହିତ ସଂସାରେ ଗୋ ।।

(୧୮)

ଦୁଃଖୀଙ୍କ ଦୁଃଖ ହାରି ଦରିଦ୍ରଜନ

ଶିରୀ ଦେବ ସେନାପତିଙ୍କ ମାତ ।

ଦର ଚିତ୍ତେ ନ କରି ଦୁର୍ଗତିକି ନିବାରି

ଅଭୟବର କର ଦତ୍ତ ଗୋ । କ୍ରୂରାଶିନୀ ।

ଦୁର୍ଭାଗ୍ୟ ବେଳକୁ ଏପରି । ଦୂର କଲେତ ଯିବି ସରି ।

ଦୀନ ବାନ୍ଧବୀ ବୋଲି ଦଣ୍ଡେ ହେଲେ ନ ଭୁଲି

ଦମ୍ଭରେ ଅଛି ଅନୁସରି ଗୋ ।

(୧୯)

ଧାରଣସୁତା ଧ୍ୱଜି, ଧର ବଲ୍ଲଭୀ ଧ୍ୱଜି,

ଧ୍ୱଜଙ୍କର ଜନନୀ ବାରେ ।

ଧାତିକାରେ ପରକୁ, ଧ୍ୱଂସ କରି ଦେବାକୁ,

ଧାରଧର କି ନାହିଁ କରେ ଗୋ । କ୍ରୁରାଶିନୀ ।

ଧବଳଗିରି ପରେ ଥିବି । ଧ୍ୟାୟି ଯାବେ ଏ ଜୀବ ଜୀବ- ।

ଧବପୁରକୁ ଯିବ, ଧ୍ରୁବ ଲୋକରେ ଜବ,

ଧ୍ରୁବନିନ୍ଦା ଢକ୍କା ବାଜିବ ଗୋ । କ୍ରୂରାଶିନୀ ।

(୨୦)

ନୀଳଉତ୍ପଳଦୃଶୀ, ନୀଳକଣ୍ଠ ପ୍ରୀୟସୀ,

ନୀଳଅମ୍ବରି ଗୋ ଏପରି ।

ନିର୍ଦ୍ଦୟା ହେଲେ ମୁହିଁ, ନିତ୍ୟ ଏ କଷ୍ଟ ସହି,

ବଞ୍ଚିପାରିବି ବା କିପରି ଗୋ । କ୍ରୂରାଶିନୀ ।

ନିରତ ପଦ୍ମାବସେବାରେ । ନିରତ ଶୁଦ୍ଧା ହୋଇ ବାରେ ।

ନାକପତି ଆଦିତ୍ୟ, ନିଶୀଂଶସୁରାଦିତ,

ନ ପାନ୍ତି ଆଦିଅନ୍ତ ବାରେ ଗୋ । କ୍ରୂରାଶିନୀ ।

(୨୧)

ପଞ୍ଚଆସ୍ୟ ଭାବିନୀ, ପଞ୍ଚଆସ୍ୟ ବାହିନୀ,

ପଞ୍ଚମାସ୍ୟ ଜିଣା ବଚନୀ ।

ପଞ୍ଚ ନବ ଭୁବନେ, ପତିତ ମୋ ସମାନେ,

ନ ଥିବ କେ ହୋଇ ଅଜ୍ଞାନୀ ଗୋ । କ୍ରୂରାଶିନୀ ।

ପତିତପାବିନୀ ବୋଲାଇ । ପାପ ନ ବିନାଶ କିପାଇଁ ।

 

ପାପୀ ଅନେକ ପାଶୀ, ପାଶୁ ତ ଯାଇ

ଖସି ଅଛନ୍ତି ତବ ଦୟା ପାଇ ଗୋ । କ୍ରୂରାଶିନୀ ।

(୨୨)

ଫଣିଧରଭାବିନୀ, ଫୁଲ୍ଲାରବିନ୍ଦାନନୀ,

ଫୁରୁଣାରେ ତବ ଚରଣ ।

ଫନ୍ଦା କରି ଯା ମୁହିଁ, ଫଜିତ ନିତି ହୋଇ,

ପାଉଛି ଆହୁରି କଷଣ ଗୋ । କ୍ରୂରାଶିନୀ ।

ଫଳ ସିଦ୍ଧିକର ସତ୍ୱର । ଫିଟାଅ ସନ୍ଦେହ ମୋହର ।

ଫେରିଯାଅ ଦୁର୍ଦ୍ଦଶା, ଫୁଲାପଣ ତା ଧଂସା

ହେଉ ନ କରି ନାରଖାର ଗୋ । କ୍ରୂରାଶିନୀ ।

(୨୩)

ବେଳୁଁବେଳ କଷଣ, ବଳିଆର ହୋଇଣ;

ବଳ କରିଦେବାରୁ କ୍ଷୀଣ । ବଳିଯିବ ବୋଲିଣ,

ବଳତ୍କାରରେ ପ୍ରାଣ, ବପୁ ମୁଁ କରୁଛି ଅର୍ପଣ ଗୋ । କ୍ରୂରାଶିନୀ ।

ବିପତ୍ତିନାଶିନୀ ବୋଲାଇ । ବିପତ୍ତି କାଳେ ଚାହିଁ ଚାହିଁ ।

ବିଗୁଣ ଚିତ୍ତେ ବହି, ବଧିର ପରି ହୋଇ,

ବାରେ ନ ଶୁଣ କାହୁଁ ପାଇଁ ଗୋ । କ୍ରୂରାଶିନୀ ।

 

(୨୪)

ଭୟ ଶୋକ ହାରିଣୀ, ଭକ୍ତଜନରକ୍ଷଣୀ,

ଭଦ୍ର କାରିଣୀ ରୁଦ୍ର ବାମା ।

ଭଗ୍ନ ଭେଳାରେ ବସି, ଭବସିନ୍ଧୁରେ ପଶି,

ଭାସିଯାଉଛି କର କ୍ଷମା ଗୋ । କ୍ରୂରାଶିନୀ ।

ଭୁବି ତନୟ ଚୂଡ଼ାମଣି । ଭୂବୀଶ ଯେ ସୁରଙ୍ଗମଣି ।

ଭଣି ବୋଲେ ମୋ ଷଷ୍ଠ ଭଗାରି କର ନଷ୍ଟ,

ହୋଇଣ ଭଦ୍ରାତ୍ମଜପାଣି ଗୋ । କ୍ରୂରାଶିନୀ ।

(୨୫)

ମଧୁଜାଧର ସୁତା, ମଧୁସଖାରି ହିତା,

ମଧୁକଣ୍ଠବଚନୀ ମାଏ ।

ମତିରେ ସଦା ହେଜି, ମଜ୍ଜି ତୁମ୍ଭଙ୍କୁ ଭଜି

ମୁହୂର୍ତ୍ତେ ଯା ସୁଖ ନ ପାଏ ଗୋ । କ୍ରୂରାଶିନୀ ।

ମାରାତ୍ମକ କ୍ଳେଶ ଏଥର । ମୁହୁର୍ମୁହୁଃ କରେ ଅସ୍ଥିର ।

ମଣ୍ଡଳାଗ୍ରଶ୍ରୀକରେ, ମଣ୍ଡନ କରି ଖରେ,

ମୁଣ୍ଡ ଖଣ୍ଡନ କର ତା’ର ଗୋ । କ୍ରୂରାଶିନୀ ।

(୨୬)

ଯଜ୍ଞାରିଙ୍କ ଗୃହିଣୀ, ଯମ ଦର ହାରିଣୀ,

ଯାଦୋନିବାସଜ ଲକ୍ଷଣୀ ।

ଯବେ ଏହି ସଂସାର, ଯାଦଃ ପତିରୁପାର,

କର ଦେଇ କୃପାତରଣୀ ଗୋ । କ୍ରୂରାଶିନୀ ।

ଯେତେ ଏ ଦୁର୍ଦ୍ଦଶା ଅସାଧ୍ୟ । ଯନ୍ତ୍ରଣାରେ ହୋଇଛି ବାଧ୍ୟ ।

ଯୋଗମାୟା ରୂପରେ, ଯୋଗମାୟାରୁ ଖରେ,

ଉଦ୍ଧାରି କରାଅ ଅବାଧ୍ୟ ଗୋ । କ୍ରୂରାଶିନୀ ।

(୨୭)

ରକ୍ତସଜ୍ଞବରନୀ, ରକ୍ତଜିହ୍ୱାବାହିନୀ,

ରମ୍ଭା ସୁରସୁତମର୍ଦ୍ଦିନୀ ।

ରଜତପ୍ରସ୍ଥ ପରେ, ରହି ନଶୁଣି ବାରେ,

କି ଘେନି ହୋଇଅଛ ତୁନି ଗୋ । କ୍ରୂରାଶିନୀ ।

ରେବତୀଭବର ପୀଡ଼ାରୁ । ରକ୍ଷା ନ କର ଯଦି ଭୀରୁ ।

ରହିତ ନୋହି ପ୍ରାଣ, ରହିବ କେତେ କ୍ଷଣ,

ସର୍ବ କଥାକୁ ଡରୁ ଡରୁ ଗୋ ।।

(୨୮)

ଲମ୍ବକିର୍ଣ୍ଣଜନନୀ, ଲମ୍ଭକର୍ଣ୍ଣନାଶିନୀ,

ଲମ୍ବକର୍ଣ୍ଣଅରି ଆସନୀ ।

ଲଭି ମୁଁ ଖେଦ ଅତି, ଲମ୍ଭିତ ହୋଇ ନୀତି

ଲେଖା ହୁଏ ବୋଲି ଅଜ୍ଞାନୀ ଗୋ । କ୍ରୂରାଶିନୀ ।

ଲବ ମାତ୍ର ଦୟା ନ ହେଲେ । ଲୋକେ କି ଯଶ ହେବ ଭଲେ ।

ଲୋକେ ବିଚାରି ଦିନ, ଲୋକର ନିବେଦନ,

ଗ୍ରହଣ କର ହାଲେ ହେଲେ ଗୋ । କ୍ରୂରାଶିନୀ ।

(୨୯)

ବରାକଙ୍କଭାବିନୀ, ବରାକ ସୁବରନୀ,

ବରବରବର ଦାୟିନୀ ।

ବୃଦ୍ଧି ହେବାରୁ ବ୍ୟାଧି, ବଣା ହେଉଛି ବୁଦ୍ଧି,

ବାଞ୍ଛା ସିଦ୍ଧି କରଟି ଘେନି ଗୋ । କ୍ରୂରାଶିନୀ ।

ବିପ୍ଳବନାଶିନୀ ବୋଲାଇ । ବିପ୍ଳବ ନ ନାଶ କିପାଇଁ ।

ବିପନ୍ନ ହୋଇ ମୁହିଁ, ବିପଦାନଳେ ଦହି,

ହୁଏଁ ଯା ତବ ପଦ ଧ୍ୟାୟି ଗୋ । କ୍ରୂରାଶିନୀ ।

(୩୧)

ସାରଙ୍ଗାରିମୋହିନୀ, ସାରଙ୍ଗ ପୃଷ୍ଠାସନୀ,

ସାରଙ୍ଗ ବାହନଙ୍କମାତ ।

ସୁଦୟା କରିବାରେ, ସାରଙ୍ଗଚରଣରେ,

ଶରଣ ରଖଟି ତୁରିତ ଗୋ । କ୍ରୂରାଶିନୀ ।

ସବଳେ ଦୁରିତ ସାରଙ୍ଗ । ସଦା ମନ୍ଥେ ମନସାରଙ୍ଗ ।

ସତ୍ୱରରେ ମହିମା, ସିଂହରେ ତା’ ଗାରିମା

ସମୂଳରେ କରାଅ ଭଙ୍ଗ ଗୋ । କ୍ରୂରାଶିନୀ ।

(୩୨)

ଷଟରମକାରିଣୀ, ଷଡ଼ବର୍ଗ ନିବାରିଣୀ,

ଷଷ୍ଠିମତ୍ତାରି ପୃଷ୍ଠାସନୀ ।

ସରିଯାଉଛି ଦୁଃଖ, ସରିତରେ ନିରେଖ,

ହୋଇ ତବ ନିର୍ଦ୍ଦୟା ଘେନି ଗୋ । କ୍ରୂରାଶିନୀ ।

ଷଡ଼ବିନ୍ଦୁରେ ନୋହି ରତ । ଷଡ଼ଭୁଜି ପଦେ ନିରତ ।

ସମର୍ପି ତନୁ ପ୍ରାଣ, ଷଡ଼ବୈରି ମାରଣ,

ବିଧାନେ ହୋଇଛି ପ୍ରବୃତ୍ତ ଗୋ । କ୍ରୂରାଶିନୀ ।

(୩୩)

ହରିହୟ ଜନନୀ, ହରିଦର୍ପଦଳିନୀ,

ହରିଭୁଜ ଭୂଷଣପ୍ରିୟା ।

ହେଳେ ମୁଁ ମହାଦୁଃଖ, ହ୍ରଦେ ବୁଡ଼ି ନିରେଖ,

ହେବିଟି ହୋଇଲେ ନିର୍ଦ୍ଦୟା ଗୋ । କ୍ରୂରାଶିନୀ ।

ହୀନକର୍ମ ଦୋଷୁ ଏ ମତି । ହୀନମାନ ହେଉଛି ନିତି ।

ହସିତାବଲୋକନେ, ହରି ଖେଦ ବହନେ,

ହରିପୁରେ ଦିଅ ବସତି ଗୋ ।।

(୩୪)

କ୍ଷେମକାରିଣୀ ସର୍ବ; କ୍ଷୋଭ ବାରିଣୀ ସର୍ବ,

କ୍ଷେତ୍ରରେ ମତ୍ତେ ଦେଇ ବାସ ।

କ୍ଷଣେ ହୋଇ ହରଷ, କ୍ଷମା କରି ମୋ ଦୋଷ,

କ୍ଷିତିମଣ୍ଡଳେ ରଖ ଯଶ ଗୋ । କ୍ରୂରାଶିନୀ ।

କ୍ଷୀର ଅବ୍ଧିଜଚୂଡ଼ାମଣି । କ୍ଷୌଣୀଶ ଯେ ସୁରଙ୍ଗିମଣି ।

କ୍ଷିପ୍ରେ କରଇ ସ୍ତୁତି କ୍ଷିତିଧରଦୁହିତୀ,

ଛାମୁରେ ରହି ଯୋଡ଼ି ପାଣି ଗୋ । କ୍ରୂରାଶିନୀ ।

 

ସମ୍ପୂର୍ଣ୍ଣ